ଆସନ୍ତା ବର୍ଷଠାରୁ ଓଡ଼ିଶାରେ ୫-ଜି ସେବା

0

ଭୁବନେଶ୍ବର : କେନ୍ଦ୍ର ରେଳ , ଯୋଗାଯୋଗ ଓ ଆଇ.ଟି. ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ଓଡ଼ିଶା ଗସ୍ତରେ ଆସିବା ସହ ଭୁବନେଶ୍ୱର ରେଳଷ୍ଟେସନଠାରେ ଦେଶର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ରେଳରେକ୍‍ ତଥା ୱାଗନ୍‍କୁ ଉଦ୍‍ଘାଟନ କରିଛନ୍ତି । ଏଥର ଲୁହା ନୁହେଁ ଆଲୁମିନିୟମ୍ ଟ୍ରେନରେ ମାଲ୍ ବୁହାହେବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଏହି ଅବସରରେ ସେ କହିଛନ୍ତି, ଆସନ୍ତା ବର୍ଷଠାରୁ ଓଡ଼ିଶାରେ ୫-ଜି ସେବା ଉପଲବ୍ଧ ହେବ । ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ୮ଟି ସହରରେ ଫାଇଭ୍‍-ଜି ସେବା ଆରମ୍ଭ ହେବ । ଏହାସହ ୨୦୨୩ ଶେଷ ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଶ୍ରୀ ବୈଷ୍ଣବ ଭୁବନେଶ୍ବରଠାରେ ବିଏସଏନଏଲର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More