ଆସନ୍ତକାଲି ଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍‌ସର ଓପିଡି : ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି

0

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମସ ଓପିଡି ବନ୍ଦ ରହିବ । ଏନେଇ ଭୁବନେଶ୍ୱର ଏମସ ନିଦେ୍ର୍ଧଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ଆଉ କିଛି କଣ୍ଟେନମେଣ୍ଟ ଜୋନର ହୋଇଥିବାରୁ ସେମାନଙ୍କୁ ଆସିବାକୁ ବାରଣ କରାଯାଇଛି । ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ । ଏହା ସହ ଏକ ସ୍ୱତନ୍ତ୍ର ଆପ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ଭୁବନେଶ୍ୱର ଏମସ ନିଦେ୍ର୍ଧଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More