ଆମେରିକାର ଏକ ଶିଶୁ ଡାକ୍ତରଖାନାରେ ଘଟିଛି ଏଭଳି ଏକ ଘଟଣା : ଖ୍ରୀଷ୍ଟମାସରେ ସାଣ୍ଟାକ୍ଲଜ୍ ହୋଇ ଡାକ୍ତରଖାନାରେ ଅସୁସ୍ଥ ପିଲାମାନଙ୍କୁ ଭେଟିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା

0

ରିପୋର୍ଟ ଅନୁସାରେ ଓବାମା ଯେତେବେଳେ ସାଣ୍ଟା କ୍ରୁଜ୍ ହୋଇ ଚିଲ୍ଡ୍ରେନ୍ ନ୍ୟାସନାଲ୍ ହସ୍ପିଟାଲକୁ ଗଲେ ସେତେବେଳେ ଚିକିତ୍ସା ହେଉଥିବା ଶିଶୁ ପ୍ଲେରୁମ୍ରେ କ୍ରିସମାସ୍ ପାଇଁ ସୋଲରେ ବରଫାକୃତ ଗୋଲେଇ ପ୍ରସ୍ତୁତ କରୁଥିଲେ । ୫୭ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତୀ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲେ ଡାକ୍ତରଖାନା କର୍ମଚାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ପିଲାଙ୍କୁ ରିମୋର୍ଟ କାର୍ ,ବଲ୍ ,ନେଲପଲିସ୍ ଏବଂ କଣ୍ଢେଇ ଭଳି ଅନ୍ୟ ଖେଳନା ସବୁ ବାଣ୍ଟିଥିଲେ ଓବାମା ।
ଯାହା ବାରାକ୍ ଓବାମା କରିପାରିଛନ୍ତି ତାହା ଆଉ ଅନ୍ୟ ନେତା କରିଦେଖାଇପାରିବେନି , ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଫଟୋ ଓ ଭିଡିଓ କିଛି ଏମିତି କହୁଛି , ଏହି ଫଟୋରେ ଓବାମା ଛୁଆଙ୍କ ସହ ମସ୍ତି କରୁଛନ୍ତି , ଫଟୋ ନେଉଛନ୍ତି , ଓବାମା ସାନ୍ତା କ୍ଲଜ୍ ହୋଇ ଛୁଆମାନଙ୍କୁ ଭେଟି ଥିଲେ ଓ ସେହିପରି ଛୁଆଙ୍କୁ ସାହାଯ୍ୟ ବି କରିଥିଲେ , ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସବୁବେଳେ ସାହାଯ୍ୟ ପାଇଁ ପ୍ରସ୍ତୁତ ରୁହନ୍ତି ।

ସେ ଏହି ଭିଡିଓରେ ଶିଶୁଙ୍କ ସହ ମିଶିବାକୁ ନେଇ ଖୁସି ଜାହିର କରିବା ସହ ଦୁଇ ଝିଅଙ୍କ ବାପା ହୋଇଥିବାରୁ ପିଲାଙ୍କ ଦାୟିତ୍ୱ କିଭଳି ନିଆଯାଏ ଏବଂ ଅଧିକ ପିଲାଙ୍କ ଦାୟିତ୍ୱ କର୍ମଚାରୀ ଯେଭଳି ଭାବେ ନେଉଛନ୍ତି ଏହାକୁ ନେଇ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ଡାକ୍ତରଖାନାରୁ ବାହାରିବା ପରେ କର୍ମଚାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଓବାମାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଉପହାର ପିଲାମାନଙ୍କୁ ଭଲ ଲାଗିଥିବା କଥା କହିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More