ଆମେରିକାରୁ ୩୦ଲକ୍ଷ ପ୍ରବାସୀଙ୍କୁ ତଡ଼ିବାକୁ ଟ୍ରମ୍ପଙ୍କ ଯୋଜନା

0

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କରିଥିବା ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ଜାନୁଆରୀ ୨୦ତାରିଖରେ ରାଷ୍ଟ୍ରପତି ଭାବେ ଦାୟୀତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଆମେରିକାରେ ରହୁଥିବା ବିଭିନ୍ନ ଦେଶର ୩୦ଲକ୍ଷ ପ୍ରବାସୀଙ୍କୁ ଆମେରିକାରୁ ତଡ଼ିବେ ବୋଲି କହିିଛନ୍ତି । ଡୋନାଲ୍ଡ କହିଛନ୍ତି ଉପଯୁକ୍ତ କାଗଜପତ୍ର ବିନା ଏମାନେ ବେଆଇନ୍ ଭାବେ ଆମେରିକାରେ ଦୀର୍ଘବର୍ଷ ହେବ ରହିଆସୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ଅପରାଧୀ ଏବଂ ଚୋରା ନିଶା ବେପାରୀ ରହିଛନ୍ତି । ଯାହାଙ୍କ ସଂଖ୍ୟା ଏବେ ୨୦ରୁ ୩୦ଲକ୍ଷ ହେବ । ଏଭଳି ଅପରାଧୀଙ୍କୁ ଦେଶରୁ ତୁରନ୍ତ ତଡ଼ିବା ଜରୁରୀ ହୋଇପଡ଼ିଛି । ମିଳିଥିବା ସୂଚନା ମୁତାବକ ଟ୍ରମ୍ପ୍ ନିର୍ବାଚନରେ ଜିତିବା ପୂର୍ବରୁ ନିଜର ପ୍ରଚାରରେ ମଧ୍ୟ ଏଭଳି ଘୋଷଣା କରିଥିଲେ । ଆଉ କହିଥିଲେ ମୁଁ ରାଷ୍ଟ୍ରପତି ହେଲେ ଦେଶରୁ ପ୍ରବାସୀ ଅପରାଧୀଙ୍କୁ ତୁରନ୍ତ ବିଦା କରିବି । ସେହିପରି ଆମେରିକାରେ ଅବାଧ ପ୍ରବେଶକୁ ରୋକିବାକୁ ଆମେରିକା ଏବଂ ମେକ୍ସିକୋ ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଦେଶର ପ୍ରାଚୀର ସୁରକ୍ଷିତ ରହିଲେ କହା ତରଫରୁ ପ୍ରକୃତରେ ଆମେରିକାକୁ ବିପଦ ରହିଛି ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More