ଭୁବନେଶ୍ୱର : ଆଜି IPL-13 ର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ମୁମ୍ବାଇ ପଞ୍ଚମ ଟାଇଟଲ ଜିତିବା ଲକ୍ଷ୍ୟରେ ପଡିଆକୁ ଓଲ୍ହାଇବ । ସେହିପରି ଦିଲ୍ଲୀ ଦୀର୍ଘ ୧୨ବର୍ଷ ପରେ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରି ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ : – କ୍ୱିଣ୍ଟନ ଡି’କକ୍, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, କିରେନ୍ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ନାଥାନ କଲ୍ଟର ନିଲ୍, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର, ଜଶପ୍ରୀତ୍ ବୁମ୍ରା ।
ଦିଲ୍ଲୀ କ୍ୟାପିଟାଲ୍ସ :- ମାର୍କସ ଷ୍ଟଇନିସ୍, ଶିଖର ଧାୱନ, ଶ୍ରେୟାସ୍ ଆୟର(ଅଧିନାୟକ), ସିମରନ ହେତମେୟର, ରିଶଭ ପନ୍ତ, ଅଜିଙ୍କ୍ୟ ରାହାଣେ, ପ୍ରବୀଣ ଦୁବେ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କାଗିସୋ ରାବାଡ଼ା, ଆନରିଚ୍ ନର୍ଜ ।