ଆଜି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ସାହୋ’

0

ଆଜି ମୁକ୍ତିଲାଭ କରିଛି ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ I ଜବରଦସ୍ତ ଆକ୍ସନରେ ଭରପୁର ଏହି ଚଳଚ୍ଚିତ୍ରକୁ ନେଇ ଦେଶ ବିଦେଶରେ ଖୁବ୍‍ ଚର୍ଚ୍ଚା ଜାରି ରହିଛି । ଭାରତର ସବୁଠାରୁ ମହଙ୍ଗା ସିନେମା ଭିତରୁ ଗୋଟିଏ ହେଉଛି ସାହୋ ଯାହାକୁ ବହୁ ସମୟ ଧରି ଦର୍ଶକ ଅପେକ୍ଷା କରି ରହିଥିଲେ I ୩୫୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଛି ଏହି ସିନେମା I ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟ ଜିତୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଭାରତରେ ଆଜି ସର୍ବାଧିକ ସିନେମା ହଲରେ ‘ସାହୋ’ ମୁକ୍ତିଲାଭ କରିଛି । ଏ କ୍ଷେତ୍ରରେ ‘ବାହୁବଳୀ-୨’ ଓ ରଜନୀକାନ୍ତଙ୍କ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗିଛି ‘ସାହୋ’ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More