ଆଜି ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୩୧୪୪ ପଜିଟିଭ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ପାର୍

0

ଭୁବନେଶ୍ୱର : ରାଜ୍ୟରେ ମାଡି ଚାଲିଛି କରୋନା ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୩ କ୍ୱାରାଣ୍ଟାଇନରୁ ଓ ସ୍ଥାନୀୟ ସଂକ୍ରମିତ ୧୩୨୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪ଜଣକୁ ବୃଦ୍ଧି ଘଟିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା I ସୁନ୍ଦରଗଡରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୯୭ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ନୂଆପଡା ୩୯୫, ବରଗଡରୁ ୧୫୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ସମ୍ବଲପୁରରୁ ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮, ଝାରସୁଗୁଡାରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୧୦ ଜଣ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ବ୍ୟତୀତ ନରବଙ୍ଗପୁର ୯୬, ବଲାଙ୍ଗିର୯୨, ଯାଜପୁର ୭୬, ମୟୁରଭଞ୍ଜ ୬୮, ଗଜପତି ୬୭, କଳାହାଣ୍ଡି ୫୩, ଭଦ୍ରକ ୫୧, ଅନୁଗୁଳ ୪୯, ରାୟଗଡା ୪୪, ଗଞ୍ଜାମରେ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲାରେ ୨୯, ବାଲେଶ୍ୱର ୨୮, ଦେବଗଡ ୨୧, ଜଗତସିଂହପୁର ୧୮, କୋରାପୁଟ ୧୮ ଏବଂ କନ୍ଧମାଳ ୧୩, ବଉଦ ୭, ମାଲକାନଗିରି ୪, ସୁବର୍ଣ୍ଣପୁର ୪, ଢେଙ୍କାନାଳରୁ ଜଣେ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More