ଆଜି ରାଜ୍ୟରେ ଆଉ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୦

0

ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ମହାମାରୀ । ଆଜି ରାଜ୍ୟରେ ୪୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୪୫୬ ଜଣଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଚିହ୍ନଟ ହୋଇଥିବା ନୂଆ ୪୫୬ ଜଣ ସଂକ୍ରମିତ ଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ଜଣ, ଯାଜପୁରରୁ ୫୭, ବରଗଡ଼ରୁ ୩୩ ଜଣ, ନବରଙ୍ଗପୁରରୁ ୨୪ଜଣ, ଜଗତସିଂହପୁରରୁ ୨୩ଜଣ, ଖୋର୍ଦ୍ଧାରୁ ୨୧ଜଣ, ସୁନ୍ଦରଗଡ଼ରୁ ୨୦ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ବରରୁ ୧୪ଜଣ, କଟକ ଓ ରାୟଗଡ଼ ଜିଲ୍ଲାରୁ ୧୩ଜଣ ଲେଖାଏଁ, ଭଦ୍ରକରୁ ୧୨ ଜଣ, କୋରାପୁଟରୁ ୧୦ଜଣ, ମୟୂରଭଞ୍ଜରୁ ୮ଜଣ, ବଲାଙ୍ଗୀରୁ ୬ଜଣ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More