ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିୱାଲ

0

ଆମ୍‍ ଆଦ୍‍ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ଆଜି ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇବେ । ଦିଲ୍ଲୀର ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲଙ୍କ ସହିତ ୬ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ । ଶପଥ ନେବାକୁ ଥିବା ୬ଜଣଙ୍କ ମଧ୍ୟରେ ମନୀଷ ସିସୋଦିଆ, ସତେନ୍ଦ୍ର ଜୈନ୍‌,ଗୋପାଳ ରାୟ, କୈଳାଶ ଗେହଲୋତ, ଇମରାନ୍‌ ହୁସେନ, ରାଜେନ୍ଦ୍ର ଗୌତମ ସାମିଲ ଅଛନ୍ତି ବୋଲି ସୂଚନା ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More