ଆଜି ମହାପ୍ରଭୁଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ

0

ପୁରୀ : ମହାପ୍ରଭୁ ଏବେ ଅଣସର ଘରେ। ୧୦୮ ଗରା ସୁବାସିତ ଜଳରେ ସ୍ବାନ କରିବା ପରେ ମହାପ୍ରଭୁ ଜ୍ଜ୍ୱରରେ ପୀଡିତ ହୋଇଛନ୍ତି । ସେଥିପାଇଁ ସେବାୟତମାନେ ତାଙ୍କୁ ଗୁପ୍ତ ଭାବରେ ଉପଚାର କରୁଛନ୍ତି । ଏହି ଧାରାରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ । ଆଜି ହେଉଛି ଏକାଦଶୀ ତିଥି । ଏହି ତିଥି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ କରାଯିବ। ତା ପରେ ଅନବସର ନୀତି କରାଯିବ । ଏହାସହ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି ନୀତି ହେବାସହ ଭିତର ଭୋଗ ଅନୁଷ୍ଠିତ ହେବ । ଏହାସହ ଶ୍ରୀଜିଉମାନଙ୍କୁ ଶ୍ରୀବୈଦ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦଶମୂଳ ଔଷଧ ଲାଗି ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More