ଆଜି ବିଶ୍ଵ ଜଳ ଦିବସ

0

     କଥାରେ ଅଛି ଜଳହିଁ ଜୀବନ । ଜଳ ନଥିଲେ ମଣିଷ କି ଜୀବଜନ୍ତୁ, ବୃକ୍ଷଲତା ନଥାନ୍ତେ । ମାତ୍ର ଏହି କଥାକୁ ମନୁଷ୍ୟକୁ ବୁଝିବାକୁ ସମୟ ନାହିଁ । ଚାରିଆଡେ ଗଛ କଟାଚାଲିଛି, କଳକାରଖାନାର ଧୂଁଆ ବାୟୁମଣ୍ଡଳକୁ ଦୂଷିତ ଓ ନଷ୍ଟ କରୁଛି । ଫଳରେ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ବସନ୍ତ ଋତୁ ନସରୁଣୁ ଖରାର ପ୍ରାଦୁର୍ଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ତେଣୁ “ବେଳ ଥାଉ ବନ୍ଧ ବାନ୍ଧ” ନ୍ୟାୟରେ ଜଳକୁ ଉପଯୁକ୍ତ ଭାବରେ ଓ ମାପଚୁପି ବ୍ୟବହାର କରିବା ନିହାତି ଦରକାର । ଏହି ବାର୍ତା ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆଜି ବିଶ୍ଵ ଜଳଦିବସ ପାଳନ କରାଯାଉଛି । ପୁରୀ ସମୁଦ୍ର ବେଳାଭୂମିରେ ଅନ୍ତର୍ଜାତୀୟ କ୍ଷତି ସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ମାଧ୍ୟମରେ “ସେଭ ୱାଟର, ସେଭ ଲାଇଫ” ନାମକ ଏକ ବାର୍ତ୍ତା ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More