ଆଜି ପବିତ୍ର ମହାଶିବରାତ୍ରି : ଉତ୍ସବମୁଖର ଦେଶର ସମସ୍ତ ଶୈବପୀଠ

0

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି । ଭିଡ଼ ନିୟନ୍ତ୍ରଣ ସହ ଅପରାଧ ରୋକିବା ପାଇଁ ୫୦ରୁ ଅଧିକ ଅଫିସର ଓ ୨୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏ ବ୍ୟାରିକେଡ୍ କରାଯାଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସେଡ୍ ବି ନିର୍ମାଣ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ । ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଶ୍ରୀଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ଖୁବ୍‌ ସୁନ୍ଦର ଭାବେ ସଜଡ଼ା ଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More