ଆଜି ଓଡ଼ିଶାରେ କମୁଛି ସଂକ୍ରମଣ : ଆଜି ରାଜ୍ୟରେ ୭ ହଜାର ୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର : ଓଡ଼ିଶାରେ ଧୀରେ ଧୀରେ କମୁଛି ସଂକ୍ରମଣ . ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪୧୬୯ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨୨୬ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୦୬ ହଜାର ୯୪ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୦୬୯ ଜଣ, କଟକରୁ ୮୬୮ ଜଣ, ଯାଜପୁରରୁ ୫୧୬ ଜଣ, ଅନୁଗୁଳରୁ ୪୪୩ ଜଣ,ମୟୂରଭଞ୍ଜରୁ ୩୮୪ ଜଣ, ପୁରୀରୁ ୩୫୬ ଜଣ,କେନ୍ଦ୍ରାପଡ଼ାରୁ ୩୪୧ ଜଣ,ଜଗତସିଂହପୁରରୁ ୨୮୮ ଜଣ,ବାଲେଶ୍ବରରୁ ୨୮୫ ଜଣ, ସୁନ୍ଦରଗଡ଼ରୁ ୨୬୭ ଜଣ, ନୟାଗଡ଼ରୁ ୨୪୩ ଜଣ, ଭଦ୍ରକରୁ ୨୩୮ ଜଣ, ନବରଙ୍ଗପୁରରୁ ୧୯୬ ଜଣ,ବରଗଡ଼ରୁ ୧୭୭ ଜଣ, କଳହାଣ୍ଡିରୁ ୧୬୬ ଜଣ, କୋରାପୁଟରୁ ୧୬୧ ଜଣ,କେନ୍ଦୁଝରରୁ ୧୫୮ ଜଣ, ସମ୍ବଲପୁରରୁ ୧୩୭ ଜଣ,ବୌଦ୍ଧରୁ ୧୩୩ ଜଣ, ରାୟଗଡ଼ାରୁ ୧୨୫ ଜଣ,ମାଲକାନଗିରିରୁ ୧୧୦ ଜଣ, ସୋନପୁରରୁ ୯୧ ଜଣ, ବଲାଙ୍ଗୀର ଓ ଢ଼େଙ୍କାନାଳ ଜିଲ୍ଲାରୁ ୮୧ ଜଣ ଲେଖାଏଁ, କନ୍ଧମାଳରୁ ୭୬ ଜଣ,ଗଞ୍ଜାମରୁ ୬୯ ଜଣ, ଝାରସୁଗୁଡ଼ାରୁ ୬୬ ଜଣ, ଦେବଗଡ଼ରୁ ୫୭ ଜଣ, ନୂଆପଡ଼ାରୁ ୨୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More