ଆଜିର ମୁଖ୍ୟ ଖବର

0

ଭୁବନେଶ୍ୱର :ଆଜିର ମୁଖ୍ୟ ଖବର

୧-ମହଙ୍ଗା ଭତ୍ତା,ବକେୟା ଦରମାର ମାତ୍ର ୧୦ପ୍ରତିଶତ ପ୍ରଦାନକୁ ବିରୋଧ କରି ୧୯ରେ ରାଜ୍ୟବ୍ୟାପୀ ଗର୍ଜିବେ ସରକାରୀ କର୍ମଚାରୀ।

୨-କମାଲ କରିଛନ୍ତି ଓଡ଼ିଆ ପୁଅ, ମାଷ୍ଟରସେଫ୍‌-୬ର ବିଜେତା ହେଲେ ଅବିନାଶ ନାୟକ ।

୩-ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶାର କିଛି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ ।

୪-ଟିଟିଲାଗଡ଼ : ବେଙ୍ଗାଲୁରୁରୁ ଉଦ୍ଧାର ୨୦୪ ଦାଦନ ଶ୍ରମିକ ଓଡ଼ିଶା ଫେରିଲେ ।

୫-ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ।

୬-ବଣାଇ : ପାରିବାରିକ କଳହର କରୁଣ ପରିଣତି , ବଡ ଭାଇର ପୁରା ପରିବାରକୁ ହତ୍ୟା କଲା ସାନଭାଇ ।

୭-ଭୁବନେଶ୍ୱର : ଯୁବତୀଙ୍କୁ କମେଣ୍ଟ ମାରି ଖସିଯିବା ବେଳେ ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ ।

୮-ଓଡ଼ିଶା ବୋର୍ଡ ଇତିହାସରେ ରେକର୍ଡ ସୃଷ୍ଟି କଲା କିସ୍, ଏକକାଳୀନ ୧୯୫୦ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍ ପରୀକ୍ଷା ।

୯-ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

୧୦-କବିସୂର୍ଯ୍ୟନଗର : ନକଲି ପ୍ରମାଣପତ୍ର ପାଇଁ ୨ ଶିକ୍ଷୟିତ୍ରୀ ବହିଷ୍କୃତ, ୧୪ଙ୍କ ନାମରେ ମାମଲା ।

୧୧-ବିଗ ବସ-୧୩ : ସିଦ୍ଧାର୍ଥ ଶୁକ୍ଲାଙ୍କୁ ମିଳିଲା ବିଜୟ ମୁକୁଟ, ଅସିନ ରିୟାଜ ଦ୍ୱିତୀୟ ବିଜେତା ।

୧୨-ଫିଲ୍ମଫେୟାର ପୁରସ୍କାର : ରଣବୀର ଓ ଆଲିଆ ଶ୍ରେଷ୍ଠ ଅଭିନେତା, ‘ଗଲି ବଏ’କୁ ୧୦ ପୁରସ୍କାର ।

୧୩-ଆସନ୍ତା ୨୮ରେ ଓଡ଼ିଶା ଆସିବେ ଅମିତ ଶାହ, CAA ସମର୍ଥନ ରାଲିରେ ଯୋଗଦେବେ ଗୃହମନ୍ତ୍ରୀ ।

୧୪-ଟ୍ରମ୍ପଙ୍କ ଭାରତ ଗସ୍ତ : ୨୫ ଆଇପିଏସ ଓ ୧୦ ହଜାର ଯବାନଙ୍କ ହାତରେ ରହିବ ସୁରକ୍ଷା ଦାୟିତ୍ୱ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More