ଅମ୍ପାନ୍’ ପରେ ଆଉ ଏକ ଘୂର୍ଣ୍ଣିବଳୟ ଝଡ଼ର ଚେତାବନୀ : ଅବପାତର ରୂପ ନେଲା ଲଘୁଚାପ

0

ବାତ୍ୟା ଅମ୍ଫନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ପୂର୍ବ-କେନ୍ଦ୍ରୀୟ ଆରବସାଗରରେ ବାତ୍ୟା ଆଶଙ୍କା ରହିଛି । ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନାଯୋଗ୍ୟ ଯେ ପ୍ରାୟ ଦୁଇ ସପ୍ତାହ ପୂର୍ବେ ପଶ୍ଚିମବଙ୍ଗ, ଓଡିଶା ଏବଂ ବାଂଲାଦେଶରେ ଏଭଳି ସୁପର ସାଇକ୍ଲୋଥନ୍ ଅମ୍ପାନ୍ ବଡ଼ ଧ୍ୱଂସ ଘଟାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More