ଅନ୍ତର୍ଜାତୀୟ ସ୍ତରରେ ଗୀତ ଗାଇବେ ଶ୍ରଦ୍ଧା କାପୁର!

0

ଶ୍ରଦ୍ଧା କାପୁର । ବଲିଉଡ୍ ଇଣ୍ଡଷ୍ଟି୍ରର ଜଣେ ଭଲ ଗାୟୀକା ଭାବେ ସେ ଅର୍ଜନ କରିଛନ୍ତି ସୁନାମ । ତେବେ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଶ୍ରଦ୍ଧା ମଧ୍ୟ ଆଗାମୀ ଦିନରେ ସୁଯୋଗ ମିଳିଲେ ଅନ୍ତର୍ଜାତୀୟ ସ୍ତରରେ ଗୀତ ଗାଇବେ ବୋଲି କହିଛନ୍ତି । ରକ୍ ଅନ୍-୨ରେ ଶ୍ରଦ୍ଧା ଜଣେ ଗାୟୀକା ଭୂମିକାରେ ଅଭିନୟ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଶ୍ରଦ୍ଧା ଗୀତ ଗାଆନ୍ତି ବୋଲି ସମସ୍ତେ ଜାଣନ୍ତି ହେଲେ ସେ ଗୀତ ଭଲ ଲେଖନ୍ତି ବୋଲି ଅଧିକାଂଶ ଜାଣନ୍ତିନି । ଏବେ ଗ୍ଲାମର ବଦଳରେ ଅଭିନୟ ପାଇଁ ଲୋକେ ତାଙ୍କୁ ଅଧିକ ଜାଣନ୍ତୁ ବୋଲି ଶ୍ରଦ୍ଧା କହିଛନ୍ତି । ସେହପରି ଶ୍ରଦ୍ଧା କହିଛନ୍ତି ରକ୍ ଅନ୍ ଫିିଲ୍ମ ମୋତେ ଖୁବ୍ ଭଲ ଲାଗିଥିଲା । ଏହାର ସିକ୍ୱେଲ ହେଲେ ସେ ସେଥିରେ ନିଶ୍ଚିତ କାମ କରିବେ ବୋଲି କହିଥିଲେ । ସେ ଯେତେବେଳେ ଜାଣିଲେ ରକ୍ ଅନ୍-୨ ନିର୍ମାଣ ହେବାକୁ ଯାଉଛି ସେ ଫିଲ୍ମର ନିଦେ୍ର୍ଦଶକ ରିତେଶ ସିଧୱାନୀଙ୍କୁ ଭେଟିଥିଲେ ଓ ଏଥିରେ କାମ କରିବାର ନିଜର ଇଚ୍ଛା ଜାହିର କରିଥିଲେ । ଯେଉଁ ସ୍ୱପ୍ନ  ଏବେ ସତରେ ପରିଣତ ହୋଇଛି ବୋଲି କହିଛନ୍ତ ଶ୍ରଦ୍ଧା କାପୁର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More