ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ

0

ଅନଲାଇନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ । ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଛାତ୍ର ଛାତ୍ରୀଙ୍କୁ ନେଇ Whats App group କରିବେ । ଏହାମାଧ୍ୟମରେ ଅନଲାଇନ୍ କ୍ଲାସ୍ ନେବେ ଅଧ୍ୟାପକ ମାନେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରାଇବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ବାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି । Whats App group ମାଧ୍ୟମରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ୍ ଯୋଗାଇଦେବେ ଅଧ୍ୟାପକ ମାନେ । ଏବଂ ପ୍ରତି ୧୫ ଦିନରେ ଥରେ ଅନଲାଇନ୍ ଡାଉଟ୍ କ୍ଲିଅରିଂ କ୍ଲାସ୍ ନେବେ। ଅନଲାଇନ୍ କ୍ଲାସ୍ ସଠିକ୍ ଭାବେ ଚାଲିଛି ନା ନାହିଁ ସେନେଇ କଲେଜ୍ ଅଧ୍ୟକ୍ଷ ମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More