ଅଚଳ ନୋଟ ଉପରେ ଜାରି ହୋଇପାରିବନି ରହିତାଦେଶ

0

ଅଚଳ ହୋଇଯାଇଥିବା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଉପରେ କୌଣସି ପରିସ୍ଥିତିରେ ବି ରହିତାଦେଶ ଜାରି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଦେଶରେ ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିବା ପରେ ସର୍ବସାଧାରଣ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଏନେଇ ଯେଉଁ ସବୁ ଅଭିଯୋଗ ଆସୁଛି ସେ ସମ୍ପର୍କରେ କେନ୍ଦ୍ର କି କି ପଦକ୍ଷେପ ନେଇଛି ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବାକୁ ଏହି ରାୟରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ଏକ ସବିଶେଷ ସତ୍ୟପାଠ ଜରିଆରେ ଅଦାଲତକୁ ଜଣାଇବାକୁ ସୁପ୍ରିମକୋର୍ଟ ତାଙ୍କ ରାୟରେ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସୁପି୍ରମକୋର୍ଟର ପ୍ରଧାନ ବିଚାରପତି ଟି.ଏସ. ଠାକୁର ଓ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣୀ କରି କହିଛନ୍ତି ‘ଆମେ ଏ ପ୍ରସଙ୍ଗରେ କୌଣସି ପ୍ରକାର ରାୟ ପ୍ରକାଶ କରୁନାହୁଁ ‘ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More