ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏହାର ଗୁମର ଖୋଲିଛନ୍ତି । ସାଧାରଣ ଲୋକେ ଏବେ ଟଙ୍କା କଷ୍ଟରେ ସଢୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଏହି ଅଚଳ ନୋଟ୍ ସମସ୍ୟା ଆଉ ମାତ୍ର ୫୦ଦିନ ମଧ୍ୟରେ ଦୂର ହେବ । ତେବେ ଟଙ୍କା ବଦଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦଶମାସ ହେଲା ପୁରୁଣା ଟଙ୍କା ଦେଶରୁ ହଟାଇବାକୁ ଯୋଜନା ଚାଲିଥିଲା । ହେଲେ ଏହାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲା । ଯଦି ଆଗରୁ ଏହାକୁ ପ୍ରଘଟ କରାଯାଇଥାଆନ୍ତା ତେବେ କଳାଟଙ୍କା ମହଜୁଦକାରୀଙ୍କୁ ସୁବିଧା ହୋଇଥାଆନ୍ତା । ଲୋକମାନଙ୍କର ସାମୟିକ ଅସୁବିଧାକୁ ମୁଁ ବୁଝି ପାରୁଛି ଏବେ ଏହି କଷ୍ଟ ଆଉ ବେଶିଦିନ ରହିବନି ମାତ୍ର ୫୦ଦିନ ଭିତରେ ଟଙ୍କା କଷ୍ଟ ସମ୍ପୂର୍ଣ୍ଣ ଦୂର ହୋଇଯିବ । କଳାଧନ ରୋକିବା ପାଇଁ ସରକାରଙ୍କର ଏହି ଉଦ୍ୟମ ଆଗକୁ ବି ଜାରି ରହିବ । ‘ଯଦି ଏ ନିଷ୍ପତିରେ ମୋର ଭୁଲ ଥିବ ମୁଁ ଦଣ୍ଡିତ ହେବି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।