ଅଗ୍ନି-୨ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ

0

୨୦ ମିଟର ଲମ୍ବ ୧୭ ଟନ ଓଜନ ବିଶିଷ୍ଟ ଅଗ୍ନି-୨ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉର୍ଣ୍ଣୟନ ପ୍ରତିଷ୍ଠାନରେ ଗତ ମଙ୍ଗଳବାରଦିନ କରାଯାଇଅଛି । ବଙ୍ଗୋପସାଗରର ଅବଦୁଲ କାଲାମ ଦ୍ଵିପରେ ସକାଳ ୮ ଟା ୩୮ ମିନିଟ ସମୟରେ ଏହି ପରୀକ୍ଷଣ କରାଯାଇଛି । ସମ୍ପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷପଣାସ୍ତ୍ରକୁ ୭ ରେଞ୍ଜର ୪ ନମ୍ବର ଲଞ୍ଚ କମ୍ପ୍ଲେକ୍ସରୁ ଏକ ମୋବାଇଲ ଲଂଚରରୁ ଉତକ୍ଷପଣ କରାଯାଇଥିଲା ଯାହାକି ସମ୍ପୂର୍ଣ ରୂପେ ସଫଳ ହୋଇଛି । ପୂର୍ବରୁ ମଧ୍ୟ ଏହାର ପରୀକ୍ଷଣ କରାଯାଇଥିଲା । ଏହା ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ । ଏହି କ୍ଷପଣାସ୍ତ୍ର ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବୋହିବାର ସମର୍ଥ୍ୟ ରଖିଛି । ପୃଥିବୀର ଗୋଟିଏ ଜାଗାରୁ ଏକ ନିର୍ଦ୍ଧିଷ୍ଟ ଲକ୍ଷ ସ୍ଥଳକୁ ଗତି କରୁଥିବା ଏହି କ୍ଷପଣାସ୍ତ୍ରର ବ୍ୟବହାର ତାଲିମ ନିମନ୍ତେ ଏହି ପରୀକ୍ଷଣ କରାଯାଇଥିଲା । ଭାରତୀୟ ସେନାର ଷ୍ଟେଟେଜିକ କମଣ୍ଡଣ୍ଟଙ୍କ ଦ୍ୱାରା ପରୀକ୍ଷା କାର୍ଯ୍ୟକୁ ସଂଚାଳନ କରାଯାଇଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More