ଅଗଷ୍ଟରୁ ଦୈନିକ ୨୦ହଜାର କରୋନା ପରୀକ୍ଷା

0

ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢାଯିବ । ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ ଉପଲବ୍ଧ ରହିଛି । ଏନେଇ ସିଏସଙ୍କ ସହ ବୈଠକ ପରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇ କହିଛନ୍ତି । ଏହା ସହ ସେ କହିଛନ୍ତିି ଯେ, ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟର ଅଭାବ ନାହିଁ । ଗଞ୍ଜାମ, ଖୋର୍ଦ୍ଧ, କଟକ ଓ ଯାଜପୁର ସ୍ଥିତି ସ୍ଥିର ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More