ପରଲୋକରେ ବଲିଉଡର କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍

0

ବଲିଉଡରେ ଏବେ ଶୋକର ଛାୟା । ଗତକାଲି ବଲିଉଡର ଲୋକପ୍ରିୟ ଅଭିନେତା ତଥା କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ବଲିଉଡର ଅଭିନେତ୍ରୀ ଆଥିୟା ସେଟ୍ଟୀ ନିଜର ଟୁଇଟରେ ସୂଚନା ଦେବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁଜୀଙ୍କ ପରିଶ୍ରମ , ଶୃଙ୍ଖଳା ଓବଂ କଥକ ନୃତ୍ୟ ପ୍ରତି ପ୍ରକୃତ ଭଲପାଇବା ଶିଖିଥିଲେ ବୋଲି ଅଭିନେତ୍ରୀ ଆଥିୟା ସେଟ୍ଟୀ ଉଲ୍ଲେଖ କରିଛନ୍ତି । ବୀରୁ କ୍ରିଷ୍ଣନ୍ ସିନେ ଜଗତରେ ଭଲ କଥକ ନୃତ୍ୟ ଭାବେ ଲୋକଙ୍କ ମନରଞ୍ଜନ କରୁଥିବା ସହିତ ବେଶ୍ ଲୋକପ୍ରିୟ ମଧ୍ୟ ଥିଲେ । ଏନେଇ ସେ ଅମୀର ଖାନ , କରିସ୍ମା କପୁରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁ ସ୍ତାନୀ ’ , ମନୀଷା କୋଇରାଲା ଅଭିନୀତ ସୁପରହିଟ୍ ଫିଲ୍ମ ‘ଅକେଲେ ହମ୍ ଅକେଲେ ତୁମ୍ ’ ଏବଂ ଅମୀର ଖାନ୍ , ଜୁହି ଚାୱଲା , ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଅଭିନୀତ ‘ଇସ୍କ’ ଫିଲ୍ମିରେ ଅଭିନୟ କରିଥିଲେ । ତାଙ୍କ ନିକଟରେ ଯେତେବେଳେ ବଲିଉଡ ନାୟିକା କ୍ୟାଟ୍ରିନା କୈଫଙ୍କୁ ତାଙ୍କ ପ୍ରିୟ ଗୁରୁଙ୍କ ନାମ ପଚାରାଗଲା ସେତେବେଳେ ସେ କଥକ ନୃତ୍ୟ ଗୁରୁ ବୀରୁ କ୍ରିଷ୍ଣନ୍ କ ନାମ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More