ଦିଲ୍ଲୀରୁ ଗିରଫ ହେଲେ ଦୁଇ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

0

ଦିଲ୍ଲୀ : ଦିଲ୍ଲୀ ପୋଲିସକୁ ସଫଳତା I ସୋମବାର ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ‌ର ସ୍ବତନ୍ତ୍ର ସେଲ୍‌ରେ ଦୁଇ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ସାନୁଲ୍ଲା ମିରଙ୍କ ପୁଅ ଅବଦୁଲ ଲତିଫ ମିର୍‌ ଓ ବସିର ଅହମ୍ମଦଙ୍କ ପୁଅ ମହମ୍ମଦ ଅସରଫ ଖତାନା । ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତି ସମୟରେ ଖବର ପାଇ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଜମ୍ମୁ-କଶ୍ମୀରର ଏହି ଦୁଇ ଜଣ ଆତଙ୍କବାଦୀ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More