ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ବାଘ ଛାଲ : ଅପରାଧୀ ଗିରଫ

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ ହୋଇଛି I କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବାଘ ଛାଲକୁ ବିକ୍ରି ପାଇଁ ଚୁକ୍ତି କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ(STF ) ଟିମ ଏହାକୁ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ଘର ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More