ଟେଲିଭିଜନ ତାରକା ଲୋକପ୍ରିୟ ଟେଲିଭିଜନ ସୋ ‘ତଥା କପିଲ ଶର୍ମା ସୋ’ର ଅଭିନେତ୍ରୀ ଶ୍ଵେତା ତିୱାରୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କେନ୍ଦିବାଲି ପୋଲିସରେ ଏଫଆଇଆର ଦେଇଛନ୍ତି । ଆଉ ଏହି ଲିଖିତ ଅଭିଯୋଗରେ ଶ୍ଵେତା ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ ଅଭିନବ କୋହଲି ତାଙ୍କ ଝିଅ ପଲକକୁ ବାଡେଇଛନ୍ତି । ତାଙ୍କ ସ୍ୱାମୀ ମଦ ପିଇ ଝିଅକୁ ମାଡ ମାରୁଥିବା ଶ୍ଵେତା ଏହି ଲଖିତ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ମିଳିଥିବା ସୂଚନାରୁ ଯାହା ଜଣାପଡୁଛି ଦୁହେଁ କେହି କାହାରିକୁ ବୁଝିବାକୁ ନାରାଜ । ଯେଉଁଥିପାଇଁକି ସେମାନଙ୍କ ପାରିବାରିକ ଜୀବନରେ ଅଶାନ୍ତି ଲାଗିରହୁଛି ।