ପ୍ରଥମ ସିନେମା ପରେ ସ୍ୱରାଜ ଓ ଭୂମିକା ଦ୍ୱିତୀୟ ଥର ସିନେମାରେ ନଜର ଆସି ନାହାଁନ୍ତି

0

ଓଲିଉଡ ସିନେମା ଜଗତରେ ପ୍ରଥମେ ହିଟ୍ ଯୋଡି ଭାବେ ପରିଚିତ ହୋଇଥିଲେ ଅନୁଭବ ମହାନ୍ତି ଓ ନମ୍ରତା ଥାପ୍ସା । ଏହି ହିଟ୍ ଯୋଡିଙ୍କର ପ୍ରଥମ ଫିଲ୍ମ ହେଲା ‘ଆଇ ଲଭ୍ ୟୁ’ । ଏହାପରେ ଏମାନଙ୍କୁ ମିଳିଥିଲା ଏକାଧିକ ସିନେମାର ଅଫର୍ ଏବଂ ସେମାନେ ବେଶ୍ କେତୋଟି ଫିଲ୍ମିରେ ଏକାଠି କାମ କରିଥିଲେ । ହେଲେ ଏହି ଚଳିତ ବର୍ଷର ବ୍ଲକବଷ୍ଟର ମୁଭିର ସୁପରହିଟ ଡେବ୍ୟୁଟାଣ୍ଟ ଯୋଡିଙ୍କ କ୍ଷେତ୍ରରେ ସେଭଳି ଘଟି ନାହିଁ । ସେ ଦୁହେଁ ହେଲେ,ସ୍ୱରାଜ ଓ ଭୂମିକା । ହେଲେ,ସେମାନଙ୍କର ପ୍ରଥମ ସିନେମା ‘ତୁ ମୋ ଲଭ ଷ୍ଟୋରି’ କୁ ମିଳିଥିଲା ବିପୁଳ ବ୍ୟବସାୟିକ ସଫଳତା । ଆଶା କରାଯାଉଥିଲା ଯେ,ସ୍ୱରାଜ-ଭୂମିକାଙ୍କ ଯୋଡିକୁ ପ୍ରଯୋଜକମାନେ ରିପିଟ୍ କରିବେ, କିନ୍ତୁ ସେଭଳି କିଛି ଘଟିଲା ନାହିଁ । ‘ତୁ ମୋ ଲଭ ଷ୍ଟୋରି’ ର ପ୍ରଯୋଜନା ସଂସ୍ଥା ସ୍ୱରାଜ-ଭୂମିକାଙ୍କୁ ରିପିଟ୍ କରି ଦଶହରା ଉପଲକ୍ଷେ ଏକ ସିନେମା ନିର୍ମାଣ କରିବେ,ହେଲେ ତାହା ହେଲା ନାହିଁ । ତା’ ପରେ ଦୁହେଁ ଅଲଗା ହୋଇ କାମ କଲେ । ସ୍ୱରାଜକୁ ସାର୍ଥକର ନୂଆ ସିନେମା “ଲୈଲା ଓ ଲୈଲା”ର ନାୟକ ବନିଲେ,ଆଉ ଭୂମିକା “ହିରୋ ନମ୍ବର ୱାନ୍”ର ନାୟିକା ଭୂମିକା ପାଇଲେ । ଭୂମିକା ବାବୁସାନଙ୍କ ବିପକ୍ଷରେ ଏହି ସିନେମା ଦେଖା ଦେଇଛନ୍ତି । ଅନ୍ୟ ପକ୍ଷରେ “ଲୈଲା ଓ ଲୈଲା”ରେସ୍ୱରାଜଙ୍କ ପାର୍ଟନରେ ହେଲେ ସନମୀରା । ଏବେ ଭୂମିକାଙ୍କ ହାତରେ କୌଣସି ସିନେମା ନଥିବା ବେଳେ ସ୍ୱରାଜଙ୍କ ହାତରେ ଏସ କେ ମୁରଲୀଧରନଙ୍କ ଏକ ସିନେମା ଥିବା କୁହାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More