ବିଦ୍ୟୁତ ଶ୍ରମିକଙ୍କର ବିଭିନ୍ନ ଯୁକ୍ତିଯୁକ୍ତ ଦାବି ଉପରେ ଶ୍ରମ କମିଶନଙ୍କ ମଧ୍ୟସ୍ଥତାରେ ତ୍ରିପାକ୍ଷିକ ଆଲୋଚନା ଆରମ୍ଭ I ଦାବିଗୁଡିକର ଯଥାର୍ଥତାକୁ ଗ୍ରହଣ କରି ୧ ମାସ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ସମାଧାନ କରିବାକୁ ନିର୍ଦ୍ଧେଶ ଦେଲେ

0

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ ଶ୍ରମିକ କର୍ମଚାରୀମାନଙ୍କର ପ୍ରତିନିଧିତ୍ଵ କରୁଥିବା ସ୍ଵିକୃତୀପ୍ରାପ୍ତ ୪ଟି ଫେଡେରାଲବଡ଼ିର ଦାବି ଉପରେ ଗତକାଲି ତା – ୧୭/୧୧/୨୦୨୦ ଦିନ ଶ୍ରମ କମିଶନଙ୍କ ଅଧକ୍ଷତରେ ଏକ ତ୍ରିପାକ୍ଷିକ ଆଲୋଚନା(କନସିଲେସନ) ଆରମ୍ଭ ହୋଇଯାଇଛି I ଏହି ଦାବି ଗୁଡିକ ବିଷୟରେ Administrative ଓ Technician କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଦରମା ତାରତମ୍ୟକୁ ତୁରନ୍ତ OPTCL ,GRIDCO, NESCO ,WESCO ଓ SOUTHCO ର ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ସମାଧାନ କରିବା ପାଇଁ OSEB ଶ୍ରମିକ ମହାସଂଘର ନେତା ରମେଶ ଶତପଥୀ, ଫେଡେରେସନର ସମ୍ପାଦକ ଯତୀନ୍ଦ୍ର କୁମାର ରାୟ ,ନିଖିଳ ଓଡିଶା ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,ପ୍ରଶାନ୍ତ ମହାପାତ୍ର ,ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଲଳିତ ପଟ୍ଟନାୟକ,ପ୍ରଣୟ ନାୟକ,ଜଗନ୍ନାଥ ମହାରଣା ପ୍ରମୁଖ ଅଂଶଗ୍ରହଣ କରି ଦୃଢ ଦାବି ଉପସ୍ଥାପନ କରିଥିଲେ I ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଗଲେ ସଂଗଠକ ମାନଙ୍କର ମିଲତା ମଞ୍ଚ ଧର୍ମଘଟ ପରି ଏକ ଚରମ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଜଣାଇ ଦେଇଥିଲେ I କର୍ମଚାରୀମାନଙ୍କର ଯଥାର୍ଥ ଦାବି ଉପରେ ଏକ ମାସ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାକରି ଏହାର ସମାଧାନ କରିବାକୁ ଶ୍ରମ କମିଶନ ନିର୍ଦେଶ ମଧ୍ୟ ଦେଇଥିଲେ I ଏହାଛଡା ବର୍ତମାନ ପ୍ରଚଳିତ ସର୍ଭିସ କଣ୍ଡିସନରେ କୌଣସି ପରିବର୍ତ୍ତନ ନଆଣିବା ପାଇଁ OPTCL,GRIDCO ଓ DISCOM ରୁ ଆସିଥିବା ପ୍ରତିନିଧି ମାନଙ୍କୁ ନିର୍ଦେଶ ଦେଇଥିଲେ,ଏହାର ସମାଧାନ ନକରାଗଲେ ଧର୍ମଘଟ ପରି ଏକ ଚରମ ପନ୍ଥା ଗ୍ରହଣ କରିବାକୁ ଶ୍ରମିକ ନେତାମାନେ ଲୋକାଶକ୍ତି Tv କୁ କହିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More