ଆଜିଠୁ ସାରା ଦେଶରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି I କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନ ଜାରି ରହିଥିଲା ବେଳେ କେନ୍ଦ୍ର ସରକାର ଜାନୁଆରୀ ୩୧ରୁ ଦେଶବ୍ୟାପୀ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି ୨ତାରିଖ ଯାଏଁ ଚାଲିବ ଟୀକାକରଣ I୫ବର୍ଷରୁ କମ୍ ଶିଶୁଙ୍କୁ ଏହି ବୁନ୍ଦା ଦିଆଯିବା । ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।