CESU ବର୍ତ୍ତମାନର (TPCODL) ଅଧୀନରେ ଥିବା ୨୦ଟି ବିଦ୍ୟୁତ ବିତରଣ ଡିଭିଜନରେ ଦୀର୍ଘ ୮-୧୦ ବର୍ଷ ଧରି କାର୍ଯ୍ୟରତ ୭୫୦୦ କର୍ମଚାରୀ/ଇଞ୍ଜିନିୟର ଆଜି ରାଜରାସ୍ତାରେ କାହିଁକି ? ତାଙ୍କର ଦୋଷ କ’ଣ I

0

ରାଜ୍ୟରେ ବିଦ୍ୟୁତ ବିଭାଗରେ ସଂସ୍କାର ପରେ ବିଦ୍ୟୁତ ବିତରଣ ଦାୟିତ୍ୱ ୪ଟି ବିଦ୍ୟୁତ ବିତରଣ କମ୍ପାନୀ CESU,NESCO,WESCO ଓ SOUTHCO ଅଧୀନରେ ରଖାଯାଇ ବିଦ୍ୟୁତ ଗ୍ରାହକ ସେବା କରାଗଲା I ୧୯୯୯ ମସିହାରେ CESU ର ୫୧% ଅଂଶଧନ AES କୁ ଓ NESCO,WESCO ଓ SOUTHCO ର ୫୧% ଅଂଶଧନକୁ Reliance Energy କୁ ବିକ୍ରି କରାଗଲା I ଅବଶିଷ୍ଟ ୩୯% ଅଂଶଧନ GRIDCO ନିକଟରେ ରହିଲା I GRIDCOର ଚେୟାରମ୍ୟାନ ଏହି କମ୍ପାନୀ ଗୁଡିକର ଚେୟାରମ୍ୟାନ ରହିଲେ I ୨୦୦୯ ମସିହାରେ ଜଣାପଡ଼ିଲାଯେ ଘରୋଇ କମ୍ପାନୀମାନେ ଗୋଟିଏ ହେଲେ ଅର୍ଥ ଖର୍ଚ୍ଚ ବିଦ୍ୟୁତ ବିତରଣ କ୍ଷେତ୍ରରେ ଖର୍ଚ୍ଚ କରିନାହାନ୍ତି I OERCର ତତକାଳୀନ ଅଧ୍ୟକ୍ଷ ପି.କେ ଦାସ ଏ ସଂକ୍ରାନ୍ତରେ ରାଜ୍ୟସରକାରଙ୍କର Chief Secretary ଙ୍କୁ ଚିଠି ଲେଖି ବିଦ୍ୟୁତ ବିଭାଗ ଭୁସୁଡୁଥିବା ଅବସ୍ଥାରେ ଜଣାଇଲେ I ଏହାପରେ ରାଜ୍ୟସରକାର Capex ଯୋଜନାରେ ବିତରଣ କମ୍ପାନୀ ଗୁଡିକ ପାଇଁ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସ୍ଥିର କଲେ I ସେଥିରୁ ରାଜ୍ୟସରକାରଙ୍କର ୧୨୦୦ କୋଟି ଟଙ୍କା ଓ ବିତରଣ କମ୍ପାନୀମାନେ ୧୨୦୦ କୋଟି ଟଙ୍କା ଖର୍ଛ କରିବାର ବ୍ୟବସ୍ଥା ରହିଲା I ସେହି Capex Notification ରେ ରାଜ୍ୟସରକାର ଜଣାଇଲେଯେ ବିଦ୍ୟୁତ ବିତରଣ କ୍ଷେତ୍ରରେ ରାଜ୍ୟରେ ଥିବା ସମସ୍ତ ଲାଇନ ଓ ସବଷ୍ଟେସନ ଗୁଡିକର ଲାଇଫ ୫୦-୬୦ ବର୍ଷ ହୋଇଯାଇଛି I ତୁରନ୍ତ ଏଗୁଡିକର ପୁନରୁଦ୍ଧାର ଦରକାର I ତାହାମଧ୍ୟ ହୋଇପାରିଲା ନାହିଁ I କେବଳ ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି I ଯେଉଁ କାର୍ଯ୍ୟ ହୋଇଛି ସେଗୁଡିକ ମଧ୍ୟ ଠିକଣା ଭାବେ ହୋଇ ନାହିଁ I ଏହି ସବୁ କାର୍ଯ୍ୟ ପାଇଁ ଯେଉଁ ଅଫିସରମାନେ ମୁଖ୍ୟ ଭାବେ ଥିଲେ ସେମାନଙ୍କୁ କାହିଁକି ଉତ୍ତରଦାୟୀ କରାଗଲା ନାହିଁ I AES କମ୍ପାନୀ ୨୦୦୦ ମସିହାରେ CESUର ମାଲିକାନକୁ ଛାଡ଼ିଚାଲିଗଲା ପରେ OERC ଏହାର ପରିଚାଳନା ଭାର ହାତକୁ ନେଇ ଏକ ପରିଚାଳନା କମିଟି ଦ୍ୱାରା ପରିଚାଳନା କଲେ I ହେଲେ ପ୍ରତି ବର୍ଷ କ୍ଷତି ବଢି ବଢି ଚାଲିଲା I ସେହିପରି Reliance Energy କୌଣସି କାର୍ଯ୍ୟ ନକରିବାରୁ ୨୦୧୫ ମସିହାରେ NESCO,WESCO ଓ SOUTHCO ର ପରିଚାଳନା ଭାର ରାଜ୍ୟର ଶକ୍ତି ସଚିବଙ୍କ ଉପରେ ନ୍ୟସ୍ତ କରାଗଲା I ସେତେବେଳକୁ Reliance Energy ର କ୍ଷତି ୪୦୦ କୋଟି ଟଙ୍କା ଥିବା ଦର୍ଶାଯାଇଛି I ସେହିପରି AES କମ୍ପାନୀ ଉପରେ ୫୬୫୩ କୋଟି ଟଙ୍କା ବାକି ଥିବା ବିଷୟ EXPERT COMMITTEE ଦର୍ଶାଇ ସେସବୁକୁ ଆଦାୟ କରିବାକୁ ମଧ୍ୟ ପ୍ରସ୍ଥାବ ଦେଇଥିଲେ I ଗତ ୫ ବର୍ଷ ଧରି NESCO,WESCO ଓ SOUTHCO ର ଆର୍ଥିକ ଦୁରାବସ୍ଥା ବଢି ବଢି ଚାଲିଲା I ଯେଉଁମାନେ ଏହିସବୁ ଦାୟିତ୍ୱରେ ଥିଲେ କାହିଁକି ତାଙ୍କପ୍ରତି ଏତେ ଦରଦ OERC ଓ ରାଜ୍ୟସରକାର ଦେଖାଉଥିଲେ ନା OERC ଓ ରାଜ୍ୟସରକାରଙ୍କ ଜ୍ଞାତସାରରେ ଏସବୁ ହୋଇଥିଲା I ଏହି ଅବସ୍ଥାରୁ ଉଧୁରିବା ପାଇଁ OERC ପ୍ରଥମ ପର୍ଯ୍ୟାୟରେ ୨୦୧୩ ମସିହାରେ CESU ର ୨୦ଟି ଡିଭିଜନରୁ ୧୪ଟି ଡିଭିଜନ ଯେଉଁ ଡିଭିଜନ ATC LOSS ୬୦% ରୁ ଅଧିକା ସେଗୁଡିକ ପାଇଁ ଏକ BOOT MODEL ଫ୍ରାଞ୍ଚାଇଜ ବ୍ୟବସ୍ଥା କଲେ I FEDCO ,ENZEN ଓ SHYAM POWER କୁ ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହି ଫ୍ରାଞ୍ଚାଇଜ ବ୍ୟବସ୍ଥା ଲାଗୁ ହେଲା I ଏହି ଫ୍ରାଞ୍ଚାଇଜମାନେ ମିଟର ରିଡିଙ୍ଗ କରିବା , ବିଦ୍ୟୁତ ବିଲ ଆଦାୟ କରିବା ଓ L.T ମେଣ୍ଟେନାନ୍ସ କାର୍ଯ୍ୟ ହାତକୁ ନେଲେ I ସେମାନେ ଯେତିକି ATC LOSS କମେଇବେ ତାର ୫୦% ଅର୍ଥରେ ଏହିସବୁ କାର୍ଯ୍ୟ କରିବ ବୋଲି Agreement ହେଲା I ଅବଶିଷ୍ଟ ୫୦% CESU ପାଇବ I CESU କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ I ଯଦି ସେମାନେ କାମ ନକରିପାରିଲେ ସେମାନଙ୍କୁ କାଢି ଦିଆଯିବ I ଦେଖାଗଲା RUPL ଓ SUPL ଯେକି SHYAM POWER ର ଦୁଇଟି ସଂସ୍ଥା ତାହାର କାର୍ଯ୍ୟଦକ୍ଷତା ଠିକଣା ନହେବାରୁ ତାକୁ ହଟାଇ ଦିଆଯାଇଥିଲା I କିନ୍ତୁ FEDCO ଓ ENZEN ର କାର୍ଯ୍ୟଦକ୍ଷତା ଯୋଗୁ ୫ ବର୍ଷ ମଧ୍ୟରେ ହାରାହାରି ୨୦%-୨୫% ATC LOSS କମି ଯାଇଥୁଇଲା I ବିଦ୍ୟୁତ ଗ୍ରାହକମାନେ ଠିକଣା ସମୟରେ ବିଲ ପାଉଥିଲେ I ଏହି ସଂସ୍ଥାରେ ଅନୁନ୍ୟ ୭୫୦୦ କର୍ମଚାରୀ/ଇଞ୍ଜିନିୟର ନିଯୁକ୍ତି ପାଇ CESU ର କାର୍ଯ୍ୟରେ ନିୟୋଜିତ ଥିଲେ I ହଠାତ COVID -19 ସମୟରେ OERC ଏକତରଫା ଭାବେ CESU ର ୫୧% ଅଂଶଧନକୁ TATA POWER କୁ ହସ୍ତାନ୍ତର କରିବାବେଳେ ଏହି ୭୫୦୦ କର୍ମଚାରୀଙ୍କ ପ୍ରତି ଆଖିବୁଜି ଦେଇ TATA POWER କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ I ଏହି କର୍ମଚାରୀମାନେ ବାରମ୍ବାର ଏବିଷୟରେ ବିଭିନ୍ନ ସଂଗଠନ ମାନଙ୍କ ଜରିଆରେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ରାଜ୍ୟର ଶକ୍ତି ସଚିବ CESUର C.E.O, OERC ର Secretary ଙ୍କୁ ଚିଠି ଲେଖି ଜଣାଇଥିଲେଯେ ଏହି କର୍ମଚାରୀମାନଙ୍କର ଥଇଥାନ ସମ୍ପର୍କରେ ପଦକ୍ଷପ ନେଇ ରାଜ୍ୟସରକାରଙ୍କୁ ଜଣାନ୍ତୁ I TPCODLର C.E.O ତଥା Secretary OERC ଏ ବିଷୟରେ ଜାଣିଥିଲେ ମଧ୍ୟ ଗତ ଜୁନ ମାସରୁ ଆଜିପର୍ଯ୍ୟନ୍ତ ଏହି କର୍ମଚାରୀ/ଇଞ୍ଜିନିୟର ମାନଙ୍କ ପ୍ରତି ବୈମାତୃକ ପଦକ୍ଷପ ଗ୍ରହଣ କରୁଛନ୍ତି I ଗୋଟିଏ ଗୋଟିଏ ଡିଭିଜନରେ ୫,୬ଟି କଣ୍ଟ୍ରାକ୍ଟର ମାନଙ୍କୁ ନିଯୁକ୍ତି କରି Business Associate ନାମରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି I Business Associate ମାନେ ତାଙ୍କର ଟେଣ୍ଡର ଡକୁମେଣ୍ଟ ଅନୁଯାୟୀ କୌଣସି କାର୍ଯ୍ୟ କରୁନାହାନ୍ତି I ମନଇଛା ଲୋକଙ୍କୁ ନିଯୁକ୍ତିରୁ ବହିଷ୍କାର କରିବାରେ ଲାଗିଛନ୍ତି I ଦୀର୍ଘ ୮-୧୦ ବର୍ଷ ଧରି କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କର ଦରମା ନୂଆ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କଠାରୁ କମ ମିଳୁଛି I କେତେକ ସ୍ଥାନରେ ସର୍ବନିମ୍ନ ମଜୁରୀ ମିଳୁ ନାହିଁ I ଏହାର ପ୍ରତିବାଦ କଲେ Executive Engineer ମାନେ କର୍ମଚାରୀ ମାନଙ୍କୁ ବହିଷ୍କାର କରୁଛନ୍ତି I ନିଜର ଦୋଷ ତ୍ରୁଟିକୁ ଘୋଡାଇବା ପାଇଁ କାର୍ଯ୍ୟରତ CESUର ଇଞ୍ଜିନିୟର ମାନଙ୍କ ମଧ୍ୟରୁ କେତେକ କର୍ମଚାରୀଙ୍କୁ ଧମକାଇବରେ ଲାଗିଛନ୍ତି I ବର୍ତ୍ତମାନ ସୁଦ୍ଧା ଅନ୍ୟୁନ୍ୟ ୭୦୦ କର୍ମଚାରୀ ଓ ୩୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ I TPCODL ତରଫରୁ ବାରମ୍ବାର ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ I ଏହି ବେଆଇନ କାର୍ଯ୍ୟର ବିରୋଧ କରି ହଜାର ହଜାର ଶ୍ରମିକ/କର୍ମଚାରୀ ଦୀର୍ଘ ୧୨୦ ଦିନ ଧରି ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇ ଚାଲିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟସରକାର ଓ OERC ତଥା TPCODL କୌଣସି ପଦକ୍ଷପ ଗ୍ରହଣ କରୁନଥିବାରୁ ବାଧ୍ୟ ହୋଇ ଆମେ ଆଜି TPCODL ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବାର ନିଷ୍ପତି ନେଇଛୁ I ଏଠାରେ ଆମେ ଜନସାଧାରଣଙ୍କୁ ଜଣାଇ ଦେବାକୁ ଚାହୁଁଯେ ୩୧/୦୩/୧୯୯୬ ଦିନ ଯେଉଁ ଦିନଟି ପ୍ରଥମ ଘରୋଇକରଣର ଶେଷ ଦିନ ଥିଲା ସେହିଦିନ ରାଜ୍ୟରେ ୧୨ ଲକ୍ଷ ୭୩ ହଜାର ୮୪୪ ଜଣ ବିଦ୍ୟୁତ ଗ୍ରାହକ ଥିଲେ I ସେହିପରି ୧ ଲକ୍ଷ ୧୮ ହଜାର ୨୪୬ କି.ମି ବିଭିନ୍ନ ଲାଇନ ଥିଲା I ଏହିସବୁ ଲାଇନର ରକ୍ଷଣା ବେକ୍ଷଣ ସହିତ ୧୨ ଲକ୍ଷ ୭୩ ହଜାର ୮୪୪ ଜଣ ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ୨୯ ହଜାର ୮୯୬ ଜଣ ରେଗୁଲାର କର୍ମଚାରୀ ଥିଲେ I ହେଲେ ଦୀର୍ଘ ୨୦ ବର୍ଷ ଘରୋଇକରଣ ପରେ ରାଜ୍ୟରେ ୮୫ ଲକ୍ଷ ବିଦ୍ୟୁତ ଗ୍ରାହକ ଥିଲାବେଳେ ଲାଇନ ଓ ସବଷ୍ଟେସନ ସଂଖ୍ୟା ୨୦୦ ଗୁଣ ବଢିଛି I ହେଲେ ଶ୍ରମିକ/କର୍ମଚାରୀଙ୍କ ସଂଖ୍ୟା ୪ଟି ଯାକ ବିତରଣ କମ୍ପାନୀରେ ମାତ୍ର ୯ ହଜାର ୭୮୦ ଜଣ ରେଗୁଲାର କର୍ମଚାରୀ ଅଛନ୍ତି I ଅର୍ଥାତ ୧/୦୪/୯୬ ର କର୍ମଚାରୀଙ୍କୁ ଯଦି ଧରାଯାଏ ତାହେଲେ CESU ରେ କେବଳ ୨୭ ଲକ୍ଷ ଗ୍ରାହକଙ୍କ ପାଇଁ ହାରାହାରି ୧୦ ହଜାର ରେଗୁଲାର କର୍ମଚାରୀଙ୍କ ଆବଶ୍ୟକତା ଅଛି I ତେଣୁ ତୁରନ୍ତ ରାଜ୍ୟସରକାର ତଥା OERC ଟାଟା ପାୱାରକୁ ୪ଟି ଯାକ ବିତରଣ କମ୍ପାନୀ ହସ୍ତାନ୍ତର କରିବା ପୂର୍ବରୁ ବର୍ତ୍ତମାନ କାର୍ଯ୍ୟରତ ୧୮ ହଜାର କର୍ମଚାରୀଙ୍କୁ ରେଗୁଲାର କରିବାକୁ ନିର୍ଦ୍ଧେଶ ଦିଅନ୍ତୁ I ତାନହେଲେ ସାରା ଓଡ଼ିଶାରେ ୧୮ ହଜାର ଠିକା କର୍ମଚାରୀମାନେ ନିଜ ଚାକିରିର ସ୍ଥାୟୀତ୍ୱ ପାଇଁ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ବନ୍ଦ କରିବେ ବୋଲି ଆଜି OPDFEA ତରଫରୁ ରାଜ୍ୟସରକାରଙ୍କୁ ଜଣାଇ ଦିଆଯାଇଛି I

ବିଶ୍ୱଜିତ ସ୍ୱାଇଁ

(ସଭାପତି,OPDFEA)

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More