ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହେବ : ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି

0

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ । ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ସୀମା ବିବାଦ ଖୁବ ଶୀଘ୍ର ସମାଧାନ ହୋଇଯିବ । ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି । ଉଭୟ ରାଜ୍ୟର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି । ଉଭୟ ରାଜ୍ୟର ସ୍ଥାନୀୟ ଲୋକମାନଙ୍କ ସହ ବସି ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି । ଅନ୍ୟପକ୍ଷରେ ଗୁଗୁଲ ମ୍ୟାପରେ ଆନ୍ଧ୍ର ସୂଚନା ଆସୁଥିବା ଉପରେ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More