ଆଜି ରାଜ୍ୟରେ ଆଉ ୭୫୭ ପଜିଟିଭ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର୍‌

0

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କାମିରେବାରେ ଲାଗିଛି । ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୯ ଟି ଜିଲ୍ଲାରୁ ୭୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ୪୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୨୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୫୪୫ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

୭୫୭ ଜଣ ନୂଆ ଆକ୍ରାନ୍ତ ଙ୍କ ମଧରେ ଅନୁଗୁଳରୁ ୭୫ ଜଣ, ଖୋର୍ଦ୍ଧାରୁ ୭୦ ଜଣ, କଟକରୁ ୬୭ ଜଣ,ସୁନ୍ଦରଗଡ଼ରୁ ୫୨ ଜଣ,ମୟୂରଭଞ୍ଜରୁ ୪୩ ଜଣ,ଜଗତସିଂହପୁରରୁ ୪୨ ଜଣ, ନୂଆପଡ଼ାରୁ ୪୧ ଜଣ, କଳାହାଣ୍ଡିରୁ ୩୭ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୩୫ ଜଣ ଲେଖାଏଁ, ବାଲେଶ୍ବରରୁ ୩୪ ଜଣ,କେନ୍ଦ୍ରାପଡ଼ାରୁ ୨୯ ଜଣ, ଯାଜପୁରରୁ ୨୭ ଜଣ, କେନ୍ଦୁଝରରୁ ୨୬ ଜଣ, ଝାରସୁଗୁଡାରୁ ୨୫ ଜଣ, ଭଦ୍ରକରୁ ୧୯ ଜଣ,ଗଞ୍ଜାମରୁ ୧୨ ଜଣ, ବରଗଡ଼ରୁ ୧୨ ଜଣ,ନବରଙ୍ଗପୁରରୁ ୧୦ ଜଣ, ପୁରୀ ଓ ଢ଼େଙ୍କାନାଳ ଜିଲ୍ଲାରୁ ୯ ଜଣ ଲେଖାଏଁ କୋରାପୁଟ ଓ ମାଲକାନଗିରିରୁ ୮ ଜଣ ଲେଖାଏଁ, ନୟାଗଡ଼ରୁ ୬ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼, ଗଜପତି ଓ ସୋନପୁର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୋଲ୍‌ରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More