ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ

0

ପୁରୀ : ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି । ବେଶ ସମ୍ପନ୍ନ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁବର୍ଣ୍ଣ ଅଳଙ୍କାର ସହ ନାଗାର୍ଜୁନ ବେଶ ଆଭୂଷଣ ଲାଗିରେ ମହାପ୍ରଭୁଙ୍କ ବୀରବେଶରେ ବିରାଜମାନେ ହୋଇଛନ୍ତି । ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଶେଷ ହେଲା ବେଶ । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ I ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ମଉଡ଼ମଣୀ । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେଉଛି ହାଣ୍ଡିଆ। ଢେଣୁ, ଶିଙ୍ଗା, ତୁଣୀର, ବାଘନଖ ଓ ଖଣ୍ଡା ଆଦି ମହାପ୍ରଭୁ ଧାରଣ କରିଛନ୍ତି । ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ଚୌହଦିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି । ଶ୍ରୀମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହି କଟକଣା ଲାଗୁ ହେବ । କୋଭିଡ୍‌ କଟକଣା ମଧ୍ୟରେ ପୁରୀ ସହରବାସୀ ଓ ସେବାୟତଙ୍କ ସହଯୋଗରେ ବିନା ଭକ୍ତରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି । ଏଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More