ଜାମ୍ମୁ-କାଶ୍ମୀର : ପୁନର୍ବାର ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀଙ୍କ ବଢିଲା ଅଡୁଆ । ମେହେବୁବା ମୁଫତୀଙ୍କୁ ନିଜ ଘରେ ପୁଣି ଥରେ ନଜରବନ୍ଦୀ କରାଯାଇଛି I ଶୁକ୍ରବାର ସକାଳୁ ମେହେବୁବାଙ୍କ ପୁଅ ଫୋନ ଯୋଗେ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଏବଂ ତାଙ୍କ ମା ମେହେବୁବା ମୁଫତୀଙ୍କୁ ନିଜ ଘରେ ପୁଣି ଥରେ ନଜରବନ୍ଦୀ କରାଯାଇଛି । ଦୁଇଜଣଙ୍କ ମଧ୍ୟରୁ କାହାରିକୁ ମଧ୍ୟ ଘରୁ ବାହାରକୁ ବାହାରିବାକୁ ଅନୁମତି ନାହିଁ । ପୂର୍ବରୁ ମେହେବୁବା ମୁଫତୀଙ୍କୁ ନିଜ ଘରେ ହିଁ ନଜରବନ୍ଦୀ କରି ରଖାଯାଇଥିଲା । କିଛିଦିନ ତଳେ ତାଙ୍କୁ ଛଡାଯାଇଥିଲା । ଜାମ୍ମୁ-କାଶ୍ମୀରକୁ ନେଇ ଲଗାତାର ଭାବେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବାର ତାଙ୍କ ବିରୋଧରେ ବାରମ୍ବାର ପଦକ୍ଷେପ ନେବାକୁ ପଡୁଛି । ଏହା ପରେ ମୁଫତୀ ନିଜେ ଟ୍ବିଟ୍ କରି କହିଛନ୍ତି ‘ ମୋତେ ପୁଣି ଥରେ ଅବୈଧ ଭାବେ ନଜରବନ୍ଦୀ କରାଯାଇଛି ।