ଆଜିର ରାଶିଫଳ

0

ମେଷ: କର୍ମରେ ଉନ୍ନତି କରିବାର ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ଯୋଜନା କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ଶୁଭ ଖବରଟିଏ ମିଳିପାରେ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।

ବୃଷ: ତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ସୁଯୋଗ ଆସିପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ; ତା’ର ସଦ୍‍ବ୍ୟବହାର କରି ଆତ୍ମସନ୍ତୋଷ ମିଳିବ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଭକ୍ତି ରସାତ୍ମକ ପ୍ରବଚନ ଶୁଣିବେ ।

ମିଥୁନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ରାଜପ୍ରସାଦ ସଦୃଶ ଗୃହ ସୁଖ ମିଳିପାରେ। ନବବସ୍ତ୍ର ପରିଧାନ କରିପାରନ୍ତି। ଯାନବାହନ ସୁଖ ମିଳିବ; ମାତ୍ର ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ ।

କର୍କଟ: ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ ।

ସିଂହ: ବନ୍ଧୁ ସହାୟତା ମିଳିବ। ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ ସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କନ୍ୟା: ଆଗାମି ଦିନର କାର୍ଯ୍ୟ କଳାପ ପାଇଁ ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ।

ତୁଳା: କଠିନ ପରିଶ୍ରମର ସମ୍ମୁଖୀନ ହେବେ; ମାତ୍ର ଶ୍ରମ ସାର୍ଥକ ହୋଇପାରେ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମାନସିକ ଅଶାନ୍ତିର ଦୂରୀକରଣ ପାଇଁ ଉଦ୍ୟମ ଜାରି ରଖିବେ। ଯାନବାହନରେ ଉତ୍‍ଥାନ ପତନ ଯୋଗ ଅଛି।

ବିଛା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା ମିଳିଲେ ମଧ୍ୟ ପରିଶ୍ରମ ତୁଳନାରେ ଫଳ କମ୍‌ ରହିବ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଠାକୁର ଦର୍ଶନ ଲାଭ କରିପାରନ୍ତି । କାର୍ଯ୍ୟ ଶୈଳୀରେ ସୁଦ୍ଧାର ଆସିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ। ବିବାଦରେ ବିଜୟୀ ହେବେ ।

ଧନୁ: କର୍ମରେ ଆଶାଠାରୁ ଅଧିକ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଧର୍ମପ୍ରିୟ ହୋଇପାରନ୍ତି । ପାଣ୍ଡିତ୍ୟର ପାରାକାଷ୍ଠା ପ୍ରତିପାଦନ କରିପାରନ୍ତି । ଶିଳ୍ପକ୍ଷେତ୍ରରେ ନିଜର ଅଭିଜ୍ଞତା ପ୍ରୟୋଗ କରିବେ । ସର୍ବଦା ହାସ୍ୟ ସୁଖ ରହିବେ। କର୍ମଚଞ୍ଚଳ ରହିବେ। ନୀତି ନିଷ୍ଠ ଭାବେ ଆଦରଣୀୟ ହେବେ ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା, ପ୍ରଶଂସା ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ । ପୁରାତନ ବନ୍ଧୁ କିମ୍ବା ନୂତନ ବନ୍ଧୁଙ୍କ ସହାୟତା ଓ ତାଙ୍କ ସହ ସମ୍ପର୍କ ମଧୁର ହେବ । ଆୟର ମାର୍ଗ ଉନ୍ମୁକ୍ତ ରହିଛି । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭ ଉଠାଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିବେ ।

କୁମ୍ଭ: ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଓ ପରିବାରର ବ୍ୟୟଭାରରେ ଅତିଷ୍ଠ ହେବେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି । ଅନଟନର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଦୁଃଶ୍ଚିନ୍ତା ମଧୁର କଥାରେ ପରକୁ ଆପଣାର କରିବେ । ମହିଳମାନଙ୍କୁ ମାତୃବତ୍‍ ବ୍ୟବହାର କରିବେ ।

ମୀନ: ଘାତବାର ଓ ଏକାଦଶ ଚନ୍ଦ୍ର ହେତୁ ଘାତବାରର ସେତେଟା ପ୍ରଭାବ ରହିବ ନାର୍ହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ଶୁଭ ସମାଚାର ମିଳିବ । ଆଶ୍ୱସ୍ତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କର୍ମତତ୍ପରତା ପ୍ରକାଶ କରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More