ଦୁର୍ବୃତ୍ତର ବର୍ବର କାଣ୍ଡ : ତହସିଲ ଅଫିସରେ ଲଗାଇଲା ନିଆଁ

0

ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ କୌଣସି ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ନୁହେଁ । ବରଂ ଜଣେ ଦୁର୍ବୃତ୍ତ ନିଆଁ ଲଗାଇଥିବା ସୂଚନା ମିଳିଛି । ତେବେ କିଏ ଓ କ’ଣ ପାଇଁ ଏହି ନିଆଁ ଲଗାଇଛି ସେ ନେଇ କିଛି ଜଣାପଡ଼ିନାହିଁ । ହଠାତ ନିଆଁ ଲାଗିବାରୁ ତହସିଲ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ଜଳିଯାଇଛି । ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏନେଇ ପୁଲିସ ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜଣେ ଲୋକ ଆସି ନିଆଁ ଲଗାଇଥିବା ଖବର ପାଇଛୁ ବୋଲି ତହସିଲଦାର କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More