ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜିଠାରୁ ତିନି ଦିନ ଯାଏଁ କୋଭିଡ ଟେଷ୍ଟ୍‌

0

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ଏଥର ବି ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଛି । ମଙ୍ଗଳବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କରୋନା ଟେଷ୍ଟ ଜାରି ରହିବ । କୋଭିଡ ରିପୋର୍ଟ ନେଗେଟଭ ଆସିଲେ ବିଧାନସଭା ଯିବାକୁ ସଭ୍ୟ ସମେତ ଅନ୍ୟମାନେ ଯିବାକୁ ଅନୁମତି ମିଳିବ । ତା’ସହିତ ବିଧାନସଭା ଭିତରକୁ ଯାଉଥିବା ସମସ୍ତ ସାମ୍ବାଦିକଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ । ଏଥର ମଧ୍ୟ ବିଧାନସଭା ପରିସରକୁ ପ୍ରତିଦିନ ସାନିଟାଇଜ କରାଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More