ଆଜି ସମଗ୍ର ଦେଶରେ ପାଳିତ ହେଉଛି ସମ୍ବିଧାନ ଦିବସ

0

ଆଜି ସମଗ୍ର ଦେଶରେ ପାଳିତ ହୋଇଯାଇଛି ୭୧ତମ ସମ୍ବିଧାନ ଦିବସ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶର ସାମ୍ବିଧାନିକ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗୃହିତ କରିଥିଲା । ୧୯୫୦ ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା । ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ୨୦୧୫ରେ ବିଜ୍ଞପ୍ତି ଜାରି କରିଥିଲା । ଦେଶର ଜନସାଧାରଣଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି । ସମ୍ବିଧାନ ପ୍ରଣୟନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ଆଇନ୍‍ ମନ୍ତ୍ରୀ ଡକ୍ଟର ବି.ଆର୍‍. ଆମ୍ବେଦକର I ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ମଧ୍ୟ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ମଧ୍ୟ ଜାତୀୟ ଆଇନ୍‍ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ I ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ସ˚ସଦ ଓ ସମ୍ବିଧାନ ସ˚ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More