ନୟାଗଡ଼ ପରି ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା

0

ନୟାଗଡ଼ : ନୟାଗଡ଼ ପରି ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତି I କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହରବିବୃତ୍ତି ରଖିଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର I ଏହି ମାମଲାରେ ଏପର୍ଯ୍ୟନ୍ତ ୩୪ ଜଣଙ୍କୁ ଜେରା କରିଥିବା ଗୃହକୁ ଜଣାଇଛନ୍ତି ମନ୍ତ୍ରୀ I ଏହାସହ ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବିଷୟ ମଧ୍ୟ ଜଣାଇଛନ୍ତି ମନ୍ତ୍ରୀ I ପ୍ରକାଶ ଯେ, ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପା, ମାଆ, ଶେଷରେ ଜୀବନ ହାରିଦେବାକୁ ଗତକାଲି ବିଧାନସଭା ଆଗରେ ଦେହରେ ଡିଜେଲ ଢାଇଦେଇଥିଲେ । ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More