ଆଜିଠୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

0

ମହାରାଷ୍ଟ୍ର : ଦେଶରେ କରୋନା ମହାମାରୀର କାରଣରୁ ଦୀର୍ଘ ୬ ମାସ ଧରି ଧାର୍ମିକସ୍ଥଳ ଗୁଡିକ ବନ୍ଦ ହୋଇ ରହିଥିଲା I ଏହାରି ମଧ୍ୟରେ ମହାରାଷ୍ଟ୍ରରେ କୋଭିଡି ନିୟମ ପାଳନ କରି ସମସ୍ତ ଧାର୍ମିକସ୍ଥଳ ଗୁଡିକ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି । ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକସ୍ଥଳ ଖୋଲିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ସଂଖ୍ୟା କମ୍‍ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ ବୋଲି ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେଉଛି । ମାସ୍କ୍‍ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମଗୁଡ଼ିକ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଆଜି ସକାଳ ୭ଟାରେ ଖୋଲାଯାଇଛି ମନ୍ଦିର I ରାଜ୍ୟରେ ମନ୍ଦିର ଖୋଲିବା ନେଇ ଭକ୍ତମାନେ ବେଶ ଖୁସି ଅଛନ୍ତି I ବରିଷ୍ଠ ନାଗରିକ ମାନଙ୍କୁ ମନ୍ଦିରକୁ ନାସିବ ପାଇଁ ନିବେଦନ କରା ଯାଇଛି ଏବଂ ବୃଦ୍ଧ ଓ ପିଲାମାନଙ୍କ ପାଇଁ ର୍ଭଚୁଆଲ ବ୍ୟବସ୍ଥା କରାଯାଇଛି I ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଘଣ୍ଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More