କରୋନା ପାଇଁ ହରିୟାଣାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଏବଂ ରାଜସ୍ଥାନର ୧୪୪ ଧାରା

0

ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କେତେକ ରାଜ୍ୟ କଟକଣା ଲଗାଇବାକୁ ବାଧ୍ୟ ହେଉଛନ୍ତି। ଶୁକ୍ରବାର ହରିୟାଣା ଏବଂ ରାଜସ୍ଥାନରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ମଧ୍ୟ ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି, ଯେଉଁଥିପାଇଁ କୌଣସି ଲକଡାଉନର ଆବଶ୍ୟକତା ପଡି ନାହିଁ କିନ୍ତୁ କେତେକ ସ୍ଥାନରେ ପୁଣି କଟକଣା ଲାଗୁ କରାଯାଇଛି।

ହରିୟାଣାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ମଧ୍ୟପ୍ରଦେଶରେ ଆଜିଠାରୁ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ । ରାଜସ୍ଥାନରେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରେ ତାଲିମପ୍ରାପ୍ତ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More