ଶ୍ରୀଶ୍ରୀ ବାବା ଧବଳେଶ୍ୱରଙ୍କ ପୀଠରେ ଆଜି ଶନିବାର ବଡ଼ଓଷା ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ଏଠାରେ ବିନା ଭକ୍ତରେ ପ୍ରଭୁଙ୍କ ବଡ଼ଓଷା ନୀତିକାନ୍ତି ପୂଜକମାନଙ୍କ ଦ୍ୱାରା ସମ୍ପନ୍ନ ହେଉଛି ଏବଂ କରୋନାପିନ ଏଠାରେ ୧୪୪ଧାରା ଜାରି ହୋଇଥିବାରୁ ବିଭିନ୍ନ ଗାଁରଛକମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ଚଳିତବର୍ଷ ପଞ୍ଚକ ୬ ଦିନ ପଡ଼ିଥିବାରୁ ୨୬ବର୍ଷ ପରେ ପବିତ୍ର ବଡ଼ଓଷାରେ ବାବାଙ୍କର ଦେବ ଦୁର୍ଲଭ ନାଗାର୍ଜୁନ କିରାତ ବେଶ ଅନୁଷ୍ଠିତ ହେଉଛି ବୋଲି ପୂଜକ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୋର ୪ଟାରୁ ନୀତିପାଳିଆ ପ୍ରଭୁଙ୍କ ପହଡ ଖୋଲି ୧୦୮ଗରା ଜଳରେ ଅଗୁର ଚନ୍ଦନ ଦେଇ ସ୍ନାନ କରିଥିଲେ । ମଙ୍ଗଳ ଆଳତୀ, ଧୂପ ସଂପନ୍ନ ପରେ ଖେଚୁଡି ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା । ପୂର୍ବାହ୍ନ ୯ଟାରେ ସିଙ୍କୁଡି ଭୋଗ, ମଧ୍ୟାନ୍ନରେ ଧୂପ, ସନ୍ଧ୍ୟାରେ ଆଳତୀ ଓ ଦହିବାଟୁଳା ପାଳୁଅ ଭୋଗ ଅର୍ପଣ ପରେ ମନ୍ଦିର ବନ୍ଦ ହୋଇଥିଲା ।