ପୁଣି ବିଧାନସଭା ସମ୍ମୁଖରେ ମା’ ଓ ପୁଅଙ୍କର କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ

0

ଭୁବନେଶ୍ୱର : ପୁଣି ବିଧାନସଭା ସମ୍ମୁଖରେ ମା’ ଓ ପୁଅଙ୍କର ଆତ୍ମାହୁତି ଉଦ୍ୟମ । ୨୦୧୯ ଜୁଲାଇରେ ଅମ୍ରୁତ ଦାସ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ତାଙ୍କ ଭାଇ ଓ ମା’ ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧୨ଟା ସମୟରେ ମୃତକଙ୍କ ଭାଇ ସୁବ୍ରତ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମୀ ତାଙ୍କୁ କାବୁ କରି ନେଇଥିଲେ । ଏମାନଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More