ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମଗାଗଲା ପରିଚୟ ପତ୍ର। ରବିବାର ଦୀପିକାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସୁରକ୍ଷା ଅଧିକାରୀ ପରିଚୟ ପତ୍ର ଦେଖାଇବାକୁ କହିଥିଲେ। ଦୀପିକାଙ୍କ ସୁରକ୍ଷାକର୍ମୀ ଆଗକୁ ଚାଲିଯାଇଥିବା ବେଳେ ବିମାନ ବନ୍ଦରର ସୁରକ୍ଷାକର୍ମୀ ତାଙ୍କୁ ପରିଚୟ ପତ୍ର ମାଗିବାରୁ ସେ କହିଥିଲେ ‘ଚାହିଏ କ୍ୟା’। ଏହାପରେ ସୁରକ୍ଷାକର୍ମୀ ହଁ ଭରିଭାରୁ ଦୀପିକା ପୁଣିଥରେ ପଛକୁ ଫେରି ନିଜର ଆଧାର କାର୍ଡ ଦେଖାଇଥିଲେ। ଏହାପରେ ସୁରକ୍ଷା କର୍ମୀଙ୍କୁ ତାଙ୍କ ସହକର୍ମୀ କହିଲେ ସାର୍ ଆପଣ ଭାରି କଡ଼ା। ଏ ଭିଡିଓକୁ କେହି ଜଣେ ଇଷ୍ଟ୍ରାଗ୍ରାମରେ ସେୟାର କରିବା ପରେ ଏବେ ଏହା ସୋସିଆଲ୍ ମିଡିଆରେ ଘୁରୁଛି।