ଗିରଫ ହେଲେ IFS ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ

0

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଅପରାହ୍ନରେ ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକ । ଗୁରୁବାର ରାତିରେ ଭିଜିଲାନ୍ସର ଏକ ଟିିମ୍‌ ଆକାଶ ପାଠକଙ୍କୁ ପୁନେରୁ ଭୁବନେଶ୍ବର ଆଣିଥିଲା । ପରେ ତାଙ୍କୁ ପଚରାଉଚରା ଜାରି ରଖିଥିଲା ଭିଜିଲାନ୍ସ । ପରେ କ୍ୟାପିଟାଲ ହସ୍ପିଟାଲରେ ପାଠକ ବାପ-ପୁଅଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩ ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ତଥା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଜଙ୍ଗଲ ଅଧିକାରୀ ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଭୁବନେଶ୍ୱରଠାରୁ ଆରମ୍ଭ କରି ମୁମ୍ବାଇ, ବିହାର, ପାଟଣାରୁ ପୁନେ ପର୍ଯ୍ୟନ୍ତ ସୁଇମିଂ ପୁଲ୍‌ ଥିବା ବିଶାଳ ମହଲ ସାଙ୍ଗକୁ ଦାମୀ କାର୍‌ । ସବୁଠାରୁ ବଡ଼ କଥା ହେଲା ଲକ୍‌ଡାଉନ୍‌ ସମୟରେ ବାବୁ ସପରିବାର ଭ୍ରମଣ ପାଇଁ ଚାର୍ଟର୍‌ ବିମାନ ଭଡ଼ାରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ହିସାବ ଚାଲିଛି । ମାମଲାର ତଦନ୍ତ ଇଡି କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏତେ ପଇସା ଆସୁଥିଲା କେଉଁଠୁ, ଖର୍ଚ୍ଚ କିପରି ଏହାର ତଦନ୍ତ କରିବ ଇଡି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More