ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଖେଳାଳି ଆର୍ଜେଣ୍ଟିନାର କିଂବଦନ୍ତି ଡିଏଗୋ ମାରାଡୋନାଙ୍କ ପରଲୋକ । ଫିଫା ବିଶ୍ୱକପରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍ ପୁରସ୍କାର ବିଜେତା ମହାନ୍ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଅସ୍ତ୍ରୋପଚାର ହେବାର ମାତ୍ର ଦୁଇ ସପ୍ତାହ ପରେ ହୃଦଘାତରେ ଏହି ବିଖ୍ୟାତ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଖବର ସମସ୍ତ କ୍ରୀଡ଼ା ଜଗତକୁ ସ୍ତବ୍ଧ କରି ଦେଇଛି ।