ଭୁବନେଶ୍ୱର ; ଆଜି ରାଜ୍ୟରେ ୫୦୦ ଟପିଲା କରୋନା ସଂକ୍ରମଣ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ଟି ଜିଲ୍ଲାରୁ ୫୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ହଟ ହୋଇଥିବା ନୂଆ ୫୭୩ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୭୩ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୬୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୩ ହଜାର ୨୬୮ ବଢ଼ିଛି ।
ଚିହ୍ନଟ ହୋଇଥିବା ନୂଆ ୫୭୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ନୂଆପଡ଼ାରୁ ୬୦ ଜଣ, ବରଗଡ଼ରୁ ୪୩ ଜଣ, ଝାରସୁଗୁଡ଼ା ୩୯ ଜଣ, ଅନୁଗୁଳ ୩୨ ଜଣ, କଟକ ୨୮ ଜଣ, କଳାହାଣ୍ଡିରୁ ୨୪ ଜଣ, ବଲାଙ୍ଗିର ୨୦ ଜଣ, ରାୟଗଡ଼ା ୧୬ ଜଣ, ମୟୂରଭଞ୍ଜ ୧୩ ଜଣ, ବାଲେଶ୍ବରରୁ ୧୧ ଜଣ, କେନ୍ଦୁଝର ଓ ଗଞ୍ଜାମରୁ ୮ ଜଣ ଲେଖାଏଁ , ନବରଙ୍ଗପୁର, ଭଦ୍ରକ, ଗଜପତି, କୋରାପୁଟରୁ ୩ ଜଣ ଲେଖାଏଁ, ସୋନପୁର ୨ ଜଣ, ନୟାଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।