ଆଜି ରାଜ୍ୟରେ ଆଉ ୭୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି : ମୋଟ ସଂକ୍ରାମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ବୃଦ୍ଧି

0

ଭୁବନେଶ୍ୱର : ବାହାରିଲେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ I ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୩୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି । ନୂଆ ୭୯୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪୭ ଓ ଖୋର୍ଦ୍ଧାରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୭, ବାଲେଶ୍ୱର ୬, ବରଗଡ ୪୮, ଭଦ୍ରକ ୧୦, ବଲାଙ୍ଗୀର ୧୪, ବୌଦ୍ଧ ୨, କଟକ ୪୬, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡା ୩୧, କଳାହାଣ୍ଡି ୩୮, କନ୍ଧମାଳ ୪, କେନ୍ଦ୍ରାପଡା ୧, କେନ୍ଦୁଝର ୩୯, କୋରାପୁଟ ୯, ମାଲକାନଗିରି ୨, ମୟୁଭରଞ୍ଜ ୨୪, ନବରଙ୍ଗପୁର ୨୩, ନୟାଗଡ ୭, ନୂଆପଡା ୩୧, ପୁରୀ ୪୩, ରାୟଗଡା ୧୪, ସମ୍ବଲପୁର ୪୫, ସୋନପୁର ୭ , ଷ୍ଟେଟ ପୁଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More